Site icon ଆଜିକାଲି

ଜମିଜମା ବିବାଦରୁ ପାଟିତୁଣ୍ଡ, ନିଲମ୍ବିତ କନେଷ୍ଟବଳଙ୍କ ବାଟୁଳି ମାଡ଼ରେ ଯୁବକ ଆହତ

ଝାରସୁଗୁଡ଼ା : ଜଣେ ନିଲମ୍ବିତ ପୋଲିସ କନେଷ୍ଟବଳଙ୍କ ବାଟୁଳି ମାଡରେ ଯୁବକ ଗୁରୁତର ଆହତ । ଝାରସୁଗୁଡ଼ା ଜିଲ୍ଲା ଖଡ଼ିଆପଡ଼ାରେ ଘଟିଛି ଏଭଳି ଏକ ଘଟଣା । ବାଟୁଳା ମାଡ଼ରେ ଆହତ ଯୁବକଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନିଲମ୍ବିତ କନେଷ୍ଟବଳ ଈଶ୍ୱର ମହାନନ୍ଦ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସଂପୃକ୍ତ ଯୁବକ ଓ କନେଷ୍ଟବଳଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ କନେଷ୍ଟବଳ ଈଶ୍ୱର ଯୁବକଙ୍କୁ ବାଟୁଳିରେ ଆକ୍ରମଣ କରିଥିଲେ। ଘଟଣାପରେ ଇଶ୍ୱର ଫେରାର ହୋଇଯାଇଥିଲେ। ପୋଲିସ ବାଟୁଳିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Exit mobile version