Site icon ଆଜିକାଲି

ନବକିଶୋର ଦାସ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ

ଝାରସୁଗୁଡ଼ା : ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡା ଜେଏମଏଫସି କୋର୍ଟରେ ପହଞ୍ଚି ଚାର୍ଜସିଟ ଦାଖଲ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକାଣ୍ଡର ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରାଙ୍କ ନେତୃତ୍ବରେ ଦୁଇ ଜଣ ଅଧିକାରୀ ଗୁରୁବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ପହଂଚିଥିଲେ । ଆଜି ଦୁଇ ଅଧିକାରୀ ଜେଏମଏଫ୍ସି କୋର୍ଟରେ ପହଞ୍ଚି କୋର୍ଟ ସିଏସଆଇ ଅଫିସରେ ୫୪୩ ପୃଷ୍ଠାର ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଣେ ନିଲମ୍ବିତ ଏଏସ ଆଇ ଗୋପାଳ ଦାସ ନବକିଶୋରଙ୍କ ଉପରକୁ ଗୁଳି ଚଳାଇଥିଲା ।

Exit mobile version