Site icon ଆଜିକାଲି

ଡିଲ୍‌ ବେଳେ ମାଡିବସିଲା କ୍ରାଇମ୍‌ବ୍ରାଞ୍ଚ : ବାଘ ଛାଲ ଜବତ, ଜଣେ ଗିରଫ

ବାରିପଦା : ଶିମିଳିପାଳରୁ ମହାବଳ ବାଘର ଚମଡ଼ା ଜବତ। ମହାବଳ ବାଘ ଶିକାର ପରେ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଏସଟିଏଫ ହାତରେ ଜଣେ ଶିକାରୀ । ଆଉ ଦୁଇ ଜଣ କସାଲ କ୍ରମେ ଖସି ପଳାଇଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ବାରିପଦା ଉଦଳା ରାସ୍ତାର ଶ୍ରୀରାମଚନ୍ଦ୍ରପୁର ଠାରେ ଙ୍ଗଳବାର ବିଳମ୍ଵିତ ରାତି ପ୍ରାୟ ସାଢେ ୨ଟାରେ ୩ ଜଣ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ନେଇ ଏସଟିଏଫ ସୂଚନା ପାଇଲା ପରେ ଏହାର ଏକ ଟିମ୍‌ ଗ୍ରାହକ ସାଜି ସେଠାରେ ପହଞ୍ଚି ବାଘ ଛାଲ ପାଇଁ ମୁଲଚାଲ କରିଥିଲେ। ୫ ଲକ୍ଷରେ ଡିଲ୍ ଫାଇନାଲ ହୋଇଥିଲା। ଏହାପରେ ହଠାତ୍‌ ଏସ୍‌ଟିଏଫ୍ ଟିମ୍‌ ଚଢ଼ାଉ କରି ଜଣେ ଶିକାରୀକୁ ମାଡ଼ି ବସିଥିବା ବେଳେ ଘଟଣାସ୍ଥଳରୁ ୨ ଜଣ ଫେରାର ହୋଇଯାଇଥିଲେ । ଅଭିଯୁକ୍ତଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଛି । ବାଘ ଛାଲଟି ପ୍ରାୟ ମାସେ ତଳର ବୋଲି ଜଣାପଡ଼ିଥିବା ବେଳେ ତାହାର ମୃତଦେହ କୁଆଡ଼େ ଗଲା ସେ ନେଇ ତନାଘନା ଆରମ୍ଭ ହୋଇଛି। ତେବେ ମୃତ ବାଘଟି ୫ ରୁ ୬ ବର୍ଷର ହୋଇଥିବା ଅନୁମାନ କରାଯାଉଛି।

Exit mobile version