Site icon ଆଜିକାଲି

କାଶ୍ମୀର ଆତଙ୍କବାଦୀ ଗିରଫ ଘଟଣା, ଆଜିଠୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ

ଯାଜପୁର : ଖୋଲିବ ଯାଜପୁରରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇସାନ ବୁଖାରୀର ଟେରର ଲିଙ୍କ୍ । ଆଜିଠୁ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ। ବୁଖାରୀକୁ ମାରାଥନ ଜେରା କରି ତଥ୍ୟ ଓଗାରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ଏସଟିଏଫ। ଚଣ୍ଡିଖୋଲ ଜେଏମଏଫସି କୋର୍ଟ ୫ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି। ରିମାଣ୍ଡ ବେଳେ ପାକିସ୍ତାନୀ ଲିଙ୍କ ଓ ଟେରର ଫଣ୍ଡିଂର ବି ଖୋଲିବ ଗୁମର।

ଏସଟିଏଫର ଟେକ୍ନିକାଲ, ଇଣ୍ଟେଲିଜେନ୍ସି ସମେତ ୩ଟି ଟିମ୍ ତାକୁ ମାରାଥନ ଜେରା କରିବ। ସେ କେମିତି ଓ କେବେଠାରୁ ଆତଙ୍କୀ ଲିଙ୍କରେ ଆସିଥିଲା? କେବଳ ପାକିସ୍ତାନ ଓ କେରଳର ସନ୍ଦିଗ୍ଧଙ୍କ ସହ ସମ୍ପର୍କରେ ଥିଲା ନା ଅନ୍ୟ ଆତଙ୍କୀ ଓ ଆଇଏସଆଇ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା? ସେ କେଉଁ ସମୟରେ କେଉଁଠି ରହୁଥିଲା? ଏ ସମସ୍ତ ଦିଗକୁ ନେଇ ଖୋଳତାଡ କରିବ ୩ଟି ଟିମ୍। କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ ଆଇବି ଓ ଏନଆଇଏ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଭର୍ଚୁଆଲ ମୋଡରେ ହୋଇଥିବା ବୈଠକରେ ଆଇବି, ଏନଆଇଏ, କାଶ୍ମୀର ଓ ପଞ୍ଜାବ ପୋଲିସ ସହ ବୁଖାରୀ ସଂପର୍କିତ ତଥ୍ୟ ଆଦାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ବୁଖାରୀର ସିଡ଼ିଆର, ଚାଟ୍, ଡକ୍ୟୁମେଣ୍ଟକୁ କରାଯାଉଛି ବିଶ୍ଳେଷଣ। ବ୍ୟାଙ୍କ୍ ଆକାଉଣ୍ଟ, ଆର୍ଥିକ କାରବାରର ମଧ୍ୟ ଖୋଳତାଡ଼ ଚାଲିଛି। ଟେରର ଲିଙ୍କ ନେଇ ଚାଲିଛି ତଥ୍ୟ ପ୍ରମାଣ ସଂଗ୍ରହ। ୬ଟି ବ୍ୟାଙ୍କ୍ ଆକାଉଣ୍ଟରେ କିଛି ଟେରର ଫଣ୍ଡିଂ ନେଇ ସୁରାକ ପାଇଛି ତଦନ୍ତକାରୀ ସଂସ୍ଥା। ବୁଖାରୀ ରହୁଥିବା ରଗଡ଼ିସ୍ଥିତ ସବଜେଲରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ନେଉଳପୁରରେ ଗିରଫ ହେବା ପରେ ଇଶାନ ବୁଖାରୀକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା । ସେଠାରେ ଜାମିନ୍‌ ନାମୁଞ୍ଜର ହେବା ପରେ ଇଶାନ ବୁଖାରୀକୁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା। ବର୍ତ୍ତମାନ ଇଶାନ ରଗଡ଼ି ସ୍ଥିତ ଯାଜପୁର ରୋଡ଼ ଉପ-କାରାଗାରରେ ରହିଛି। ଏହି ମାମଲାରେ ବୁଖାରୀର ସ୍ତ୍ରୀଙ୍କୁ ସ୍କୁଲରୁ ଚାକିରିରୁ ବହିଷ୍କାର କରଯାଇଛି । ବହିଷ୍କାର ନେଇ ସ୍କୁଲ କର୍ତ୍ତୃପକ୍ଷ ଚିଠି ଜାରି କରିଛନ୍ତି । ବୁକାରୀ ସ୍ତ୍ରୀ ଯାଜପୁର ଜିଲ୍ଲା ନେଉଳପୁର ନିକଟ ମିଲତନଗର ସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥଲେ । ସ୍ବାମୀର ଆତଙ୍କୀ କାର୍ଯ୍ୟକଳାପ ପରେ ସଂପୃକ୍ତି ନେଇ ଗଣମାଧ୍ୟମରେ ଜଣାପଡ଼ିବା ପରେ ସ୍କୁଲ ଏହି ପଦକ୍ଷେପ ନେଇଛି ।

Exit mobile version