Site icon ଆଜିକାଲି

ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ମାସେ ଭିତରେ ଗଲାଣି ୩ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ଜଣେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଜି ଭୋରୁ ଭୋରୁ କେନ୍ଦ୍ରାପଡା ବ୍ଲକ ଘାଗରା ପଞ୍ଚାୟତରେ ଅଘଟଣ । ଘଗରାଡିଆର ଗଙ୍ଗାଧର ତରାଇ ଶୌଚ ପାଇ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଛି । ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ଖୋଜା ଖୋଜି କରୁଛନ୍ତି ।

ମାସେ ମଧ୍ୟରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର । ରଜ ବେଳେ ମାଆ ଆଗରେ ନାବାଳକକୁ ନଦୀ ଭତରକୁ ଟାଣି ମାରିଦେଇଥିଲା । ସେହିଭଳି ୨୨ ତାରିଖରେ ରାଜନଗର ବ୍ଲକ ହାତିଆଗଡ଼ି ଗାଁର ଜଣେ ମହିଳା ନିଜ ବାଡ଼ି ପଛ ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ପରେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।

Exit mobile version