Site icon ଆଜିକାଲି

ଗିରଫ ହେଲେ କୋଟିପତି ଜଗତସିଂହପୁର ଡେପୁଟି କଲେକ୍ଟର

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା । ତାଙ୍କୁ ଆଜି ବାନ୍ଧିଛି ଭିଜିଲାନ୍ସ । ଗିରଫ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି ଚିତ୍ତରଞ୍ଜନ । ଭିଜିଲାନ୍ସ ସୂଚନା ଅନୁସାରେ ଚିତ୍ତରଞ୍ଜନ ଆୟ ଠାରୁ ୧୯୧ ପ୍ରତିଶତ ଅଧିକ ସଂପତ୍ତି ଠୁଳ କରିଥିଲେ । ଗତକାଲି ଚିତ୍ତରଞ୍ଜନଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଙ୍କ ର ଅଚଳାଅଚଳ ସଂପତ୍ତି ଠାବ କରିଛି ଏଜେନସୀ ।

ଚିତ୍ତରଂଜନଙ୍କର ଭୁବନେଶ୍ୱରର ଗାଡ଼କଣା, ଭରତପୁର, ମଞ୍ଚେଶ୍ୱର ଓ ବାଲେଶ୍ୱରର ସୁନାହାଟ ଅଞ୍ଚଳରେ ୫ଟି ଫ୍ଲାଟ୍ ରହିଛି। ସୋନପୁର ସହରରେ ଓ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପ୍ରତାପପୁରର ନଈଘାଟ ଅଞ୍ଚଳରେ ତାଙ୍କର ଗୋଟିଏ ଲେଖାଏଁ ଦୁଇ ମହଲା କୋଠା ରହିଛି।

ବିଭିନ୍ନ ସ୍ଥାନରେ ଚିତ୍ତରଞ୍ଜନଙ୍କ ୧୧ଟି ପ୍ଳଟ୍ ରହିଛି। ସେଥିରୁ ଗୋଟିଏ ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ଥିବା ବେଳେ ଅନ୍ୟ ୧୦ଟି ବୀରମହାରାଜପୁର, ସୋନପୁର, ବାଲିଆପାଳ, ନାରାୟଣପୁର ଓ ବାଲେଶ୍ୱରରେ ରହିଛି। ଭିଜିଲାନ୍ସ ଚିତ୍ତରଂଜନଙ୍କ ଠାରୁ ନଗଦ ୧ ଲକ୍ଷ ୮୫ ହଜାର ୨୮୫ ଟଙ୍କା ଜବତ କରିଛି । ବ୍ୟାଙ୍କ ଓ ବୀମା ଜମା ସହିତ ବିଭିନ୍ନ କ୍ଷେତ୍ରରେ ନିବେଶ ବାବଦକୁ ୪୮.୭୧ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ । ତାଙ୍କ ଘରୁ ଜବତ ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ୧୩.୬୪ ଲକ୍ଷ ଟଙ୍କାରୁ ଅଧିକ। ତାଙ୍କର ୨ଟି ଚାରି ଚକିଆ ଯାନ ଜବତ କରାଯାଇଛି, ଯେଉଁ ଗୁଡ଼ିକର ମୂଲ୍ୟ ୧୧.୪୦ ଲକ୍ଷ ଟଙ୍କା ହେବ। ସେହିପରି ତାଙ୍କର ୩ଟି ୨ ଚକିଆ ଯାନ ଥିବା ବେଳେ ସେଗୁଡ଼ିକର ମୂଲ୍ୟ ୩.୨୪ ଲକ୍ଷ ଟଙ୍କାରୁ ଅଧିକ ହେବ।

Exit mobile version