Site icon ଆଜିକାଲି

କଳିଙ୍ଗ ଷ୍ଟାଡିୟମରେ ଏନ୍‌ଏସ୍‌ଜି, ଏସ୍‌ଓଜି ସହ ସିଟିଏସ୍‌ର ମିଳିତ ମକ୍‌ଡ୍ରିଲ୍

ଭୁବନେଶ୍ବର : ଆତଙ୍କୀଙ୍କ ମୁକାବିଲା ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏକ ମିଳିତ ମକ୍‌ ଡ୍ରିଲ୍‌ ହୋଇଛି । (ଏନ୍‌ଏସ୍‌ଜି, ଏସ୍‌ଓଜି ଏବଂ ସିଟିଏସ୍‌ ମିଳିତ) ୨୦୨୩ରେ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ ହେବ । ଟୁର୍ଣ୍ଣାମେଣ୍ଟ ସମୟରେ ସୁରକ୍ଷା ରଣନୀତି ପ୍ରସ୍ତୁତ କରୁଛନ୍ତି ଏନ୍‌ଏସ୍‌ଜି, ଏସ୍‌ଓଜି ସହ ସିଟିଏସ୍‌ ଟ୍ରୁପ୍‌ । ଏହାକୁ ନେଇ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ଟ୍ରୁପ୍‌ଙ୍କ ମିଳିତ ମକ୍‌ ଡ୍ରିଲ୍‌ କରାଯାଇଥିଲା ।

କମିସନରେଟ ପୋଲିସ, ଏନ୍‌ଏସ୍‌ଜି, ଏସ୍‌ଓଜି ସହ ସିଟିଏସ୍‌କୁ ନେଇ ହୋଇଛି ମିଳିତ ମକ ଡ୍ରିଲ । ଆତଙ୍କୀ ଆକ୍ରମଣକୁ କିଭଳି ଚେକ୍‌ମେଟ୍‌ ଦିଆଯିବ ତାହାର ଅଭ୍ୟାସ କରାଯାଇଥିଲା । ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ଯବାନଙ୍କୁ ନେଇ ମୁକାବିଲା କରି ଦର୍ଶକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରିବେ ସେନେଇ ହୋଇଛି ମକ୍‌ଡ୍ରିଲ୍‌ ।

Exit mobile version