Site icon ଆଜିକାଲି

ସମ୍ବେଦନଶୀଳ ସ୍ଥାନରେ ଲାଉଡସ୍ପିକର ଓ ଡିଜେ ସାଉଣ୍ଡ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କଲା କଳାକାର ସଂଘ

କେନ୍ଦୁଝର, ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଶ୍ରୁତିକଟୁ ଶଦ୍ଦ ସୃଷ୍ଟି କରୁଥିବା ଲାଉଡସ୍କିକର, ଡିଜେ ଉପରେ କଟକଣା କରାଯାଇଛି। ଏହା ସତ୍ୱେ କେନ୍ଦୁଝର ସହରରେ ବେଧଡକ ଡିଜେ ଓ ଲାଉଡସ୍ପିକର ବାଜୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବିଶେଷ କରି ମେଡିକାଲ ରୋଡରେ ଏଭଳି ଶବ୍ଦ ପ୍ରଦୂଷଣ ଲାଉଡ ସ୍ପିକର ଓ ଡିଜେ ଉପରେ କଟକଣା କରିବାକୁ କେନ୍ଦୁଝର ଡିଷ୍ଟିକ୍‌ କଳାକାର ସଂଘ ଦାବି କରିଛି।  ଏହା ଦ୍ୱାରା ରୋଗୀମାନେ ବହୁ ଅସୁବିଧା ଭୋଗୁଥିବା ବେଳେ ଆମ୍ବୁଲନାସ ସେବା ବାଧାପ୍ରାପ୍ତ ହେଉଛି। ଏହା ଯୋଗୁଁ ବରିଷ୍ଠ ନାଗରିକ, ରୋଗୀମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏଣୁ ଏନେଇ ସଂଘ ର ସମ୍ପାଦକ ନିର୍ମଳ ନାଏକ, ଗୁରୁଦାସ, ସତ୍ୟବ୍ରତ ଦାସ, ରାଜେଶ କୁମାର ପାତ୍ର , ସଂଗ୍ରାମ କେଶରୀ ମିଶ୍ର, ଦେବଦର୍ଶନ ଦାଶ ସମେତ କଳାକାର ମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଦାବି ଜଣାଇଥିଲେ । ଆରକ୍ଷୀ ଅଧିକ୍ଷକ  ନିତିନ କୁସଲକର ଦାଗୁଡୁ ଏହି ଅଭିଯୋଗ ଶୁଣିବା ପରେ ତୁରନ୍ତ ସେହି ଡିଜେ ଗାଡିକୁ ସିଜ୍ କରିବାକୁ ଟାଉନ ଥାନା ଅଧିକାରୀ ସୁନୀଲ କୁମାର କର ଙ୍କୁ ନେର୍ଦେଶ ଦେଇଛନ୍ତି । 

Exit mobile version