Site icon ଆଜିକାଲି

କମିନ୍ସଙ୍କ ମାଆ ଅସୁସ୍ଥ, ତୃତୀୟ ଟେଷ୍ଟ ପାଇଁ ଭାରତ ଆସିବେ ନାହିଁ, ଷ୍ଟିଭ ସ୍ମିଥ ନେବେ ଅଷ୍ଟ୍ରେଲିଆର ନେତୃତ୍ୱ

ମୁମ୍ବାଇ :ଭାରତ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ। ଦ୍ୱିତୀୟ ଟେଷ୍ଟ ପରେ ଅଷ୍ଟ୍ରେଲିଆ ଫେରି ଯାଇଥିବା କମିନ୍ସଙ୍କ ମା’ଙ୍କ ଦେହ ଖରାପ ଅଛି । ତେଣୁ ଏଭଳି ସ୍ଥିତିରେ ସେ ଫେରିବା ସମ୍ଭବ ନୁହେଁ ବୋଲି କହିଛନ୍ତି। ତାଙ୍କ ଅନୁପସ୍ଥିତିରେ ଷ୍ଟିଭ ସ୍ମିଥ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ନେତୃତ୍ବ ନେବେ ।

ଦିଲ୍ଲୀରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସମୟରେ କମିନ୍ସଙ୍କ ପାଖରେ ମା’ଙ୍କ ଅସୁସ୍ଥତା ନେଇ ଖବର ପହଞ୍ଚିଥିଲା। ଗତ ରବିବାର ଅଷ୍ଟ୍ରେଲିଆ ଏହି ଟେଷ୍ଟ ମ୍ୟାଚ୍‌ରେ ହାରିବା କ୍ଷଣି କମିନ୍ସ ରାତାରାତି ଦିଲ୍ଲୀରୁ ସିଡ୍‌ନୀ ଅଭିମୁଖେ ଯାତ୍ରା କରିଥିଲେ। ମାର୍ଚ୍ଚ ୧ରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ବେଳକୁ ସେ ଭାରତ ଫେରି ଆସିବେ ବୋଲି କୁହାଯାଉଥିଲା । ହେଲେ ଏବେ ୨୯ କମିନ୍ସ ଇନ୍ଦୋର ଟେଷ୍ଟରେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Exit mobile version