Site icon ଆଜିକାଲି

ରାସ୍ତାରୁ ମିଳିଲା କଟା ପାପୁଲି, ତଦନ୍ତ ଆରମ୍ଭ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ମାନପୁର ଛକରେ ଅଘଟଣ । ରାସ୍ତାରୁ ମିଳିଲା କଟା ପାପୁଲି । କଟା ପାପୁଲିକୁ ଜବତ କରି ତଦନ୍ତ ଆରମ୍ଭ କଲା ଜଙ୍କିଆ ଥାନା ପୋଲିସ ।

ଖବର ଅନୁଯାୟୀ, ମାନପୁର ଛକ ନିକଟରେ ଏକ କଟା ପାପୁଲି ଜବତ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ଜଙ୍କିଆ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟା ପାପୁଲିକୁ ଜବତ କରିଛି । ତେବେ ଏହି କଟା ପାପୁଲିଟି କାହାର, ତାକୁ ଖୋଳତାଡ ଚାଲିଛି । ପୋଲିସର ପୁରା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ସେପଟେ କଟା ପାପୁଲିକୁ ନେଇ ମାନପୁର ଏବଂ ଏହାର ଆଖପାଖ ଅଂଚଳରେ ଚର୍ଚ୍ଚା ହେଉଛି । କୌଣସି ଦୁର୍ଘଟଣା କି ନିଖୋଜ ଖବର ନାହିଁ । କଟା ପାପୁଲିଟି କାହାର ଏନେଇ ପ୍ରଶ୍ନ ଉଠିଛି। ଜଙ୍କିଆ ପୋଲିସ କଟା ପାପୁଲିକୁ ପରୀକ୍ଷା ନିରୀକ୍ଷା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Exit mobile version