Site icon ଆଜିକାଲି

କଟକ ନଗର ଓ କଟକ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ

ଭୁବନେଶ୍ୱର : କଟକ ନଗର ବିଜେଡି କମିଟି ପୁନର୍ଗଠିତ ହୋଇଛି । ବିଜେଡି କଟକ ନଗର କମିଟି ସଭାପତି ହୋଇଛନ୍ତି ମଧୁସୂଦନ ସାହୁ । ଇଞ୍ଜିନୟର ସୁବ୍ରତ ଘଡାଇ ଓ ସୂର୍ଯ୍ୟସାରଥି ବେହେରା କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ୧୫ ଜଣ ଉପ ସଭାପତି, ୨ ଜଣ ସାଧାରଣ ସମ୍ପାଦକ, ୩୫ ଜଣ ସମ୍ପାଦକ ନିଯୁକ୍ତ ହୋଇଛି । ଚିରଞ୍ଜୀବ ପ୍ରଧାନ ବିଜେଡି କଟକ ନଗର କମିଟି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।

କଟକ ଜିଲ୍ଲା ବିଜେଡି କମିଟି ମଧ୍ୟ ପୁନର୍ଗଠିତ ହୋଇଛି । ଦେବାଶିଷ ସାମନ୍ତରାୟ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ୩୪ ଉପସଭାପତି ଓ ୩୦ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଛି । ନରେନ୍ଦ୍ର ବାରିକ କଟକ ଜିଲ୍ଲା କମିଟି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏହାସହ ୩୭ ଜଣ ସମ୍ପାଦକ ଓ ୮ ଜଣ ଯୁଗ୍ମ ସମ୍ପାଦକଙ୍କୁ ଜିଲ୍ଲା କମିଟି ଦାୟିତ୍ୱ ଦିଆଯାଇଛି ।

Exit mobile version