Site icon ଆଜିକାଲି

ଷ୍ଟ୍ରିଟ୍‌ କ୍ରାଇମ ରୋକିବା ପାଇଁ କଟକ କମିଶନରେଟ୍ ପୋଲିସ୍‌ର ପଦକ୍ଷେପ, ଜାରି ହେଲା ନୂଆ ହେଲ୍ପ ଲାଇନ ନମ୍ବର

କଟକ: ରାସ୍ତାଘାଟରେ ବଢ଼ୁଥିବା ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପ (ଷ୍ଟ୍ରିଟ୍‌ କ୍ରାଇମ)କୁ ରୋକିବା ପାଇଁ କଟକ କମିଶନରେଟ୍ ପୋଲିସ୍‌ର ପଦକ୍ଷେପ। ଏଭଳି ଅପରାଧକୁ ରୋକିବା ପାଇଁ ଜାରି କଲା ହେଲ୍ପ ଲାଇନ୍ ନମ୍ବର୍। ସାଧାରଣ ଜନତା ଏହି ନମ୍ବରରେ କଲ୍‌ କରି ଅଭିଯୋଗ କରିପାରିବେ। ଏହା ସହ ହ୍ବାଟ୍ସଆପ୍‌ ମାଧ୍ୟମ​‌ରେ ମଧ୍ୟ ଅଭିଯୋଗ ଜଣାଇପାରିବେ। ଆଉ ଅଭିଯୋଗର ମାତ୍ର ୧୫ ମିନିଟ୍‌ ଭିତରେ ପୋଲିସ, ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିବ । ଖାଲି ସେତିକି ନୁହେଁ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ କରିବା ନେଇ କହିଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର।

ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ରାସ୍ତାଘାଟରେ ବଢ଼ୁଥିବା ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ୭୯୭୮୮୯୪୪୦୫ ଫୋନ୍‌ ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ କଲ୍‌ କିମ୍ବା ହ୍ବାଟ୍ସଆପ୍‌ କରି ଏଭଳି ଘଟଣାର ଅଭିଯୋଗ କରିପାରିବେ। ଆଉ ଅଭିଯୋଗ ପାଇବାର ମାତ୍ର ୧୫ ମିନିଟ୍‌ ମଧ୍ୟରେ ପୋଲିସ ଅଭିଯୋଗକାରୀଙ୍କ ଯୋଗାଯୋଗ କରିବ ଏବଂ ଯଥାଶୀଘ୍ର ଅଭିଯୋଗ ସମାଧାନ କରିବ। ସେ ଆହୁରି କହିଛନ୍ତି ଏହି ନମ୍ବର ୨୪ ଘଣ୍ଟିଆ ହେଲ୍ପଲାଇନ ଭାବରେ କାର୍ଯ୍ୟ କରିବ। ଏହାର କଣ୍ଟ୍ରୋଲ ରୁମ୍‌ ସିଧାସଳଖ କଟକ ଡିସିପିଙ୍କ ତତ୍ତ୍ବାବଧାନରେ ରହିବ। ଏହା ସହ ଅଭିଯୋଗ ଜଣାଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର

Exit mobile version