Site icon ଆଜିକାଲି

ସ୍ଥିତି ଯାଞ୍ଚ ପାଇଁ ଗୋଟିଏ ଦିନ ବନ୍ଦ ରହିବ କଟକ ଧବଳେଶ୍ଵର ଝୁଲା ପୋଲ


କଟକ : ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡି ଶତାଧିକ ଲୋକ ପ୍ରାଣ ହରାଇବା ପରେ ଧବଳେଶ୍ଵର ମନ୍ଦିର ଝୁଲାପୋଲ ନେଇ ତତ୍ପର ହୋଇଉଠିଛି କଟକ ଜିଲ୍ଲା ପ୍ରଶାସନ । ଝୁଲାପୋଲକୁ ଗୋଟିଏ ଦିନ ପାଇଁ ପ୍ରଶାସନ ବନ୍ଦ ରଖିଛି । ନିରାପତ୍ତା ଦୃଷ୍ଟିରୁ ପୋଲର ଯାଞ୍ଚ ହେଉଥିବା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଗୋଟିଏ ଦିନ ସମ୍ପୂର୍ଣ୍ଣ ଭାବେ କଟକ ଧବଳେଶ୍ୱର ଝୁଲାପୋଲ ବନ୍ଦ ରହିବ । ଏହି ସମୟରେ ପୋଲିର ନିରାପତ୍ତା ଯାଞ୍ଚ କରାଯିବ । ଟେକ୍ନିକାଲ ଟିମର ପୋଲର ସ୍ଥିତି ଯାଞ୍ଚ କରିବା ପରେ ଯାଇ ପୋଲକୁ ଗମନାଗମନ ପାଇଁ ବ୍ୟବହାର କରାଯିବ । ତେବେ ପୋଲ ବନ୍ଦ ରହିବା ସମୟରେ ଶ୍ରଦ୍ଧାଳୁମାନେ ବୋଟ୍ କିମ୍ବା ଡଙ୍ଗାରେ ଯାଇ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ । ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ପାଖରେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ବାହିନୀ ଉପସ୍ଥିତ ରହିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Exit mobile version