Site icon ଆଜିକାଲି

ଆଜି ଲୋକାର୍ପିତ ହେବ କଟକ ନେତାଜୀ ବସ ଟର୍ମିନାଲ

କଟକ : ଆଜି ଲୋକାର୍ପିତ ହେବ କଟକ ନେତାଜୀ ବସ ଟର୍ମିନାଲ। ଅପରାହ୍ନ ୪ଟା ୩୦ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ଖାନନଗରସ୍ଥିତ ସିଏନବିଟି। ଏନେଇ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ବସ ଟର୍ମିନାଲ ପାଇଁ ୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି।

ଏହି ବସ ଟର୍ମିନାଲକୁ ସ୍ଥାନାନ୍ତରିତ ହେବ କଟକର ବାଦାମବାଡ଼ି, ଅନୁଗୁଳ, ପୁରୀ ଆଦି ସମସ୍ତ ବସ ଷ୍ଟାଣ୍ଡ। ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି ଏହି ବସ ଟର୍ମିନାଳରେ। ଏଠାକାର ଅନ୍ୟତମ ମୁଖ୍ୟ ଆକର୍ଷଣ ଏଠାକାର ଆହାର କେନ୍ଦ୍ର। ପଞ୍ଚ ତାରକା ରେଷ୍ଟୁରାଣ୍ଟ ର ଭ୍ରମ ସୃଷ୍ଟି କରୁଛି ଏହି ଆହାର କେନ୍ଦ୍ର। ପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଅଛନ୍ତି ମିଶନ ଶକ୍ତିର ସଦସ୍ୟାମାନେ। ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଏଠାରେ ଉପଲବ୍ଧ ହେବ।

Exit mobile version