Site icon ଆଜିକାଲି

ପିକ୍‌ଅପ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର ହେଉଥିବା ବେଳେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌ । ମୃତକ ନୀଳଗିରି ଏନ୍‌ଏସି ୭ ନମ୍ବର ଓ୍ୱାର୍ଡ ଦାସସାହି ଗାଁର ବାବୁ ଦାସ ବୋଲି ଜଣାପଡିଛି ।

ସୂଚନା ଯେ, ଶନିବାର ସକାଳ ସମୟରେ ଏକ ପିକ୍‌ ଅପ୍‌ ଭ୍ୟାନ୍‌ଟି ଦ୍ରୁତ ଗତିରେ ସେରଗଡ଼-ଉଦଳା ରାସ୍ତାରେ ଆସୁଥିଲା । ଏହି ସମୟରେ ବାବୁ ଦାସ ସାଇକେଲ୍‌ ଧରି ରାସ୍ତା ପାର ହେଉଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାବୁଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗାଡି ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ସେ ମୟୁରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର ସୁକାନ୍ତ ମହାପାତ୍ର ବୋଲ ଜଣାପଡିଛି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

Exit mobile version