Site icon ଆଜିକାଲି

ବାତ୍ୟା ‘ଦାନା’ : ୯ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ, ବାତ୍ୟା ମୁକାବିଲା ଓ ପ୍ରସ୍ତୁତିର କରିବେ ତଦାରଖ

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାବେଳେ ରାଜ୍ୟ ସରକାର ‘ଜିରୋ କାଜିଆଲିଟି’ ଉପରେ ଗୁରୁତ୍ୱ ଦେଇଛନ୍ତି । ୬ଜଣ ବରିଷ୍ଠ ଆଇଏଏସଙ୍କୁ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ୬ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ଆଜି ୯ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ଆଦିର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଦ୍ଦେଶନାମା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ପାଇଁ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର ପାଇଁ ମନ୍ତ୍ରୀ ରବି ନାୟକ, ଭଦ୍ରକ ପାଇଁ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ମୟୂରଭଞ୍ଜ ପାଇଁ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ପୁରୀ ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରାପଡ଼ା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଗଞ୍ଜାମ ପାଇଁ ମନ୍ତ୍ରୀ ବିଭୂତି ଭୂଷଣ ଜେନା, କେନ୍ଦୁଝର ପାଇଁ ମନ୍ତ୍ରୀ କେ ସି ପାତ୍ର ଓ କଟକ ପାଇଁ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଦାୟିତ୍ୱ ଦିଆଯାଇଛି।

Exit mobile version