Site icon ଆଜିକାଲି

ବାତ୍ୟା ‘ଦାନା’ ପାଇଁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କଲା ଜିଲ୍ଲା ପ୍ରଶାସନ

କେନ୍ଦୁଝର, ୨୩.୧୦.୨୦୨୪ ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା ଦ୍ୱାରା କେନ୍ଦୁଝର ଜିଲ୍ଲାରେ ପ୍ରଭାବିତ ହେବାର ଆଶଙ୍କା ଥିବା ଜନସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ଭାବେ ହେଲ୍ପଲାଇନ ନମ୍ବର 06766-255437 ଓ 7657066099 ( ୦୬୭୬୬ – ୨୫୫୪୩୭ ଓ ୭୬୫୭୦୬୬୦୯୯ ) ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି ଦୁଇ ନମ୍ବର ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ। ବାତ୍ୟା ଦାନା ଯୋଗୁଁ ପ୍ରଭାବିତ ହୋଇ ଅସୁବିଧାରେ ପଡିଥିବା ଯେକୌଣସି ବ୍ୟକ୍ତି ଉକ୍ତ ନମ୍ବରରେ କଲ କରି ପ୍ରଶାସନର ସାହାଯ୍ୟ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Exit mobile version