Site icon ଆଜିକାଲି

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଏହା ଆସନ୍ତାକାଲି ଅବପାତର ରୂପ ନେଇ ପରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ୯ ତାରିଖ ପରେ ବାତ୍ୟା ସମ୍ଭାବନା ରହିଛି । ତେବେ ଏହା କେଉଁଠି ସ୍ଥଳଭାଗ ଛୁଇଁବ ଓ ଏହାର ତୀବ୍ରତା କେତେ ରହିବ, ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଓଡ଼ିଶା ପାଇଁ ଏବେ କୌଣସି ବାତ୍ୟା ସତର୍କତା ନାହିଁ ।

ବର୍ତ୍ତମାନର ଆକଳନ ଅନୁସାରେ, ବାତ୍ୟା କେନ୍ଦ୍ରୀୟ ବଙ୍ଗୋପ ସାଗର ଦେଇ ଗତି କରିବାର ସମ୍ଭାବନା ରହିଛି । ଓଡ଼ିଶାର ଉପକୂଳରେ ମତ୍ସଜୀବୀଙ୍କ ପାଇଁ କୌଣସି ସତର୍କତା ଜାରି କରାଯାଇ ନଥିବାବେଳେ ଆଣ୍ଡାମାନ ନିକୋବର ପାଇଁ ୮ ରୁ ୧୨ ତାରିଖ ଯାଏଁ ସତର୍କତା ଜାରି କରାଯାଇଛି । ଏଣେ ଆଜିଠୁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇବ । ରାଜଧାନୀ ଭୁବନେଶ୍ଵରରେ ଆଜି ସକାଳୁ ହିଁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୁତ ହୋଇଛି । ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀରେ ପାରଦ ୩୧ ଡିଗ୍ରୀ ସେଲସିୟସ ଛୁଇଁଛି ।

Exit mobile version