Site icon ଆଜିକାଲି

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’, ଘଣ୍ଟାକୁ ୮ କିଲୋମିଟର ବେଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାରେ ପରିଣତ ହୋଇଛି । ଏଥର ବାତ୍ୟାର ନାମ ‘ମୋକା’ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ‘ମୋକା’ ଘଣ୍ଟାକୁ ୮ କିଲୋମିଟର ବେଗରେ ଗତି କରୁଛି । ଆଜି ମଧ୍ୟରାତ୍ରି ସୁଦ୍ଧା ମୋକା ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାରେ ଏହା ପରିଣତ ହେବ । ୧୩ରୁ ବାତ୍ୟା ସାମାନ୍ୟା ଦୁର୍ବଳ ହେବ । ୧୪ ତାରିଖରେ ୧୨୦ ରୁ ୧୩୦ କିଲୋମିଟର ବେଗରେ ପବନ ବହିବ । ବାତ୍ୟା ଯୋଗୁଁ ଓଡିଶା ପ୍ରତି ବିପଦ ନାହିଁ। ବାତ୍ୟା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବ ।

Exit mobile version