Site icon ଆଜିକାଲି

ଓଡ଼ିଶାରେ ପହଞ୍ଚିଲା ବିଜୁବାବୁଙ୍କ ଡାକୋଟା

ଭୁବନେଶ୍ବର : ଓଡ଼ିଶା ଫେରିଲା ବିଜୁବାବୁଙ୍କ ସ୍ମୃତି ଚିହ୍ନିତ ‘ଡାକୋଟା’ ବିମାନ । କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ବୁଧବାର ସକାଳୁ ବାଲେଶ୍ବର ଜିଲାର ଜଳେଶ୍ବର ଲକ୍ଷ୍ମଣନାଥ ଟୋଲ ଗେଟ ପାର କରିଛି। ୩ଟି ବଡ଼ ଲରିରେ ଏହି ବିମାନକୁ ଅଣାଯାଉଛି।

କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ବର ଅଣାଯିବା ପ୍ରକ୍ରିୟା ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିଲା। ତେବେ ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ଦୃଷ୍ଟିଗୋଚର ହୋଇଛି। ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ୧୦ଜଣିଆ ଟିମ୍ ୧୨ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲିବା ପରେ ଏହାକୁ କାଠ ବାକ୍ସରେ ପ୍ୟାକିଂ କରାଯାଇଥିଲା । ଗତକାଲି ରାତିରେ କୋଲକତା ବିମାନବନ୍ଦରରେ ଦୁଇଟି ବଡ଼ ଲରିରେ ଏହିସବୁ ବାକ୍ସକୁ ଲୋଡିଂ କରି ଅଣାଯାଉଛି । ଯେପରି ବଡ଼ ଲରି ଯୋଗୁଁ ଟ୍ରାଫିକ୍ ସମସ୍ୟା ହେବନି ସେଥିପାଇଁ କୋଲକତାରୁ ସ୍ବତନ୍ତ୍ର ପାଟ୍ରୋଲିଂ ଭ୍ୟାନ୍ ଜରିଆରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯିବ। ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲା ପୋଲିସ ସମେତ କମିସନରେଟ୍ ପୁଲିସକୁ ବ୍ୟାପକ ବ୍ୟବସ୍ଥା କରିବାକୁ କୁହାଯାଇଛି।

Exit mobile version