Site icon ଆଜିକାଲି

ରେଡ଼କ୍ରସ ପକ୍ଷରୁ ହରିଚନ୍ଦନପୁର ବ୍ଲକର ବିଭିନ୍ନ ଗାଁ ରେ ବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ

କେନ୍ଦୁଝର, କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ନିର୍ଦେଶ କ୍ରମେ ଆଜି ଭାରତୀୟ ରେଡ଼କ୍ରସ ସଂସ୍ଥା କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ହରିଚନ୍ଦନପୁର ବ୍ଲକ ରେବଣାପଳାସପାଳ ର ଦେହୁରୀ ସାହି, କେନ୍ଦୁବାଣୀ ସାହି, ସୁଆ କାଠି ସାହି ଉପାନ୍ତ ଅଞ୍ଚଳ ର ଦୁଇଶହ ରୁ ଉର୍ଦ୍ଧ ଆଦିବାସୀ ମହିଳା, ପୁରୁଷଙ୍କୁ ପାନୀୟ ଜଳ ବ୍ୟବହାର ପାଇଁ ଉନ୍ନତ ଧରଣ ର ବାଲ୍ଟି, ହାଇଯେନିକ କିଟ, ଗାଧୁଆ ସାବୁନ, କମ୍ବଳ ବଣ୍ଟନ କରାଯାଇଛି । ଜିଲ୍ଲା ଆପାତକାଳୀନ ଅଧିକାରିଣୀ ଶ୍ରୀମତୀ ସୁରଞ୍ଜିକା ବେହେରା, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ.ଆର ଖାନ, ଜିଲ୍ଲା ବିପର୍ଯୟପରିଚାଳନା ପ୍ରକଳ୍ପ ଅଧିକାରୀ ସୁଧାଂଶୁ ପୃଷ୍ଟି,ସମାଜସେବୀ ଶ୍ରୀମତୀ ଧରିତ୍ରୀ ରାଉତ ପ୍ରମୁଖ ଏହି ଜନହିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Exit mobile version