ଭୁବନେଶ୍ୱର : ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ । ଏନେଇ ଶୁକ୍ରବାର ବିଧାନସଭାରେ ଉତ୍ତର ରଖି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଓଡିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ । ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ।