Site icon ଆଜିକାଲି

ମହାପ୍ରଭୁଙ୍କ ଦର୍ଶନ ହେବ ଆନନ୍ଦ ଦାୟକ, ନୂଆବର୍ଷରୁ ଟନେଲ ଦେଇ କାଳିଆ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ହେବ ଆନନ୍ଦ ଦାୟକ । ବଡଦାଣ୍ଡରେ ବର୍ଷା, ଶୀତ ଓ ଖରା ଦାଉରୁ ରକ୍ଷା ପାଇବେ ଭକ୍ତ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରୁଖୁରୁରେ ଯାତାୟାତ ନେଇ ବଡଦାଣ୍ଡର ମରଚିକୋର୍ଟ ଛକ ଠାରୁ ପାପୁଡ଼ିଆ ମଠ ପର୍ଯ୍ୟନ୍ତ କରାଯାଉଛି ଶୀତ ତାପ ସେଡେଡ଼ ଚଲାପଥ। ୮୪ ମିଟର ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ସେଡର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ଭକ୍ତ ମାନଙ୍କ ପାଇଁ ରହିବ ଅନେକ ସୁବିଧା। ଯାହାକୁ ସାଧାରଣରେ ସ୍ୱାଗତ କରାଯାଇଛି । ପ୍ରାଥମିକ ସ୍ଥଳରେ ୮୪ ମିଟର ଲମ୍ବର ଏହି ସେଡେଡ଼ ଚଲାପଥରେ ୧୨ ମିଟର ଚଉଡା ରହିବା ସହିତ ଏଥିରେ ୧୦ଟି ଧାଡି ରହିବ। ପ୍ରତି ଧାଡିରେ ଭକ୍ତଙ୍କ ସୁବିଧାକୁ ନଜରରେ ରଖି ବସିବାର ବ୍ୟବସ୍ଥା ସହ ପିଇବା ପାଣି,ଆଲୋକ ତଥା ଶୀତ ତାପ ବ୍ୟବସ୍ଥାର ସୁବିଧା ରହିବ।

ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ । ଏନେଇ ଦ୍ବାର ଭିତର ପାହାଚରେ ରାମ୍ପ୍ ନିର୍ମାଣ କରାଯାଇଛି । ଏହାସହ ହୁଇଲ ଚେୟାର ବ୍ୟବସ୍ଥା କରାଯିବା ସହ ସହାୟତା ପାଇଁ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ଶ୍ରଦ୍ଧାଳୁମାନେ ଯେପର ଶାନ୍ତି ଶୃଙ୍ଖଳା ଓ ନିରାପଦରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ତାହାରୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଆଗାମୀ ୨୫ରେ ବଡ଼ ଦିନ, ୩୧ ଓ ନୂଆବର୍ଷ ପାଇଁ ସୂତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ସାଧାରଣ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଛି।

Exit mobile version