Site icon ଆଜିକାଲି

ଆସନ୍ତା ସପ୍ତାହରୁ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ସପ୍ତାହରୁ ବଢିବ ଦିନ ତାପମାତ୍ରା । ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇସାରିଥିବାରୁ ଓ ବାୟୂମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଉଥିବାରୁ ଆଗକୁ ଦିନ ତାପମାତ୍ରା ବଢିବ ।

ତୃତୀୟ ସପ୍ତାହ ବେଳକୁ ଅଧିକାଂଶ ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ପାର କରିପାରେ । ଫେବ୍ରୁଆରୀ ମାସରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗମୀ ୫ ରୁ ୬ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

Exit mobile version