Site icon ଆଜିକାଲି

ବନ୍ଦ କୋଠରୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା, ଘରୁ ମିଳିଲା ହାତୁଡି ଏବଂ ବିଷ ପାଉଡ଼ର


ବରଗଡ଼ : ବରଗଡ ଜିଲ୍ଲା ଭେଡେନ ଜାମଡୋଲ ଗାଁରେ ଘଟିଥିବା ଗୋଟିଏ ଘରୁ ୪ ଗଳିତ ଶବ ଉଦ୍ଧାର ଘଟଣାରେ ପୋଲିସର ତନାଘନା ଜାରି ରହିଛି। ଘର ଭିତରୁ ହତ୍ୟା ପାଇଁ ବ୍ୟବହାର ହୋଇଥିବା ହାତୁ଼ଡି, ବିଷ ପାଉଡର, କିଛି ଔଷଧ ଏବଂ ଘରର ତାଲା ଚାବି ପୁଲିସ ଜବତ କରିଛି ।

ସୂଚନା ମତେ ରବିବାର ସଂଧ୍ୟାରେ ଏହି ଗାଁର ଗୋଟିଏ ଘରେ ୪ ଜଣଙ୍କ ମୃତଦେହ ଠାବ କରାଯାଇଥିଲା। ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି। ମୃତକମାନେ ଗୋଟିଏ ପରିବାରର ଶେଷଦେବ ମେହେର(୬୫), ତାଙ୍କ ସ୍ତ୍ରୀ ଖିରେଶ୍ଵରୀ ମେହେର(୬୦), ପୁଅ ଅରବିନ୍ଦ ମେହେର ଓ ଝିଅ ଶିବାନି ମେହେର। ଉପର ମହଲାରେ ଖିରେଶ୍ବରୀ ଓ ଝିଅ ଶିବାନୀର ମୃତଦେହ ପଡିଥିବା ବେଳେ , ତଳ ଘରେ ଶେଷଦେବ ଏବଂ ସେହି ଘରୁ ଝୁଲନ୍ତା ଅବସ୍ଥାରେ ପୁଅ ଅରବିନ୍ଦ ମେହେରଙ୍କ ମୃତଦେହ ଠାବ କରାଯାଇଛି। ତେବେ ଏହି ଘଟଣାରେ ପୋଲିସର ପ୍ରାଥମିକ ତଦନ୍ତ ପରେ ଅନୁମାନ କରାଯାଉଛି, ବାପା, ମାଆ ଏବଂ ଭଉଣୀଙ୍କୁ ପୁଅ ଅରବିନ୍ଦ ମେହେର ହତ୍ୟା କରିବା ପରେ ଆତ୍ମହତ୍ୟା କରିଥାଇପାରନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି । ଶେଷଦେଵ ମେହେରଙ୍କ ପ୍ରଥମ ସ୍ତ୍ରୀ ଅସର୍ପି ମେହେରଙ୍କର ଗୋଟିଏ ଝିଅ ବୃନ୍ଦାବତୀ ମେହେର ଓ ଗୋଟିଏ ପୁଅ ଅରବିନ୍ଦ ମେହେର । ଅସର୍ପିଙ୍କ ମୃତ୍ୟୁ ପରେ ଶେଷଦେଵ ଖିରେଶ୍ୱରୀ ମେହେରଙ୍କୁ ବିବାହ କରିଥିଲେ ।

Exit mobile version