Site icon ଆଜିକାଲି

ବନ୍ଦ କୋଠରୀରୁ ୩ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୁଲିସର ଛାନଭିନ

ସମ୍ବଲପୁର: ସମ୍ବଲପୁର ସହରର ଧନୁପାଲି ଥାନା ସୋନାପାଲିର ଏକ ବନ୍ଦ କୋଠରୀରୁ ତିନିଟି ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମାଁ ଓ ଦୁଇ ଶିଶୁ। ଏହି ତିନି ଜଣଙ୍କୁ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୋନାପାଲିରେ ନିଜସ୍ବ ଘର କରି ସାଜିଆ ପରବିନ ନିଜ ୯ ବର୍ଷର ପୁଅ ଅବଦୁଲ ରେହମାନ ୭ ବର୍ଷର ଝିଅ ହୁମାୟାରା ତୟବା ସହ ରହୁଥିଲେ। କୋଭିଡ ସମୟରୁ ତାଙ୍କ ସ୍ବାମୀ ଆରପାରିକୁ ଚାଲିଯାଇଥିଲେ। ତେବେ, ୫ ଦିନ ଧରି ସାଜିଆ ଫୋନ ନ ଉଠାଇବାରୁ ତାଙ୍କ ମାଁଙ୍କ ସନ୍ଦେହ ହେବାରୁ ଗତକାଲି ସେ ଝାଡଖଣ୍ଡ ଚକ୍ରଧରପୁରରୁ ଝିଅକୁ ଦେଖିବାକୁ ଆସିଥିଲେ। ହେଲେ ଘରର ଗେଟ୍ ଏବଂ କବାଟ ବନ୍ଦ ଥିବା ବେଳେ କେହି ଶୁଣିନଥିଲେ। ଫଳରେ ସେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଘର କବାଟ ଖୋଲିବା ପରେ ତିନିଜଣ ମରି ପଡିଥିବା ଦେଖିବାକୁ ପାଇଥିଲା। ୫ ଦିନ ତଳୁ ମରିଥିବାରୁ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ହେଲେ ରାତି ହେବାରୁ ଶବ ଜବତ କରାଯାଇନଥିଲା। ଆଜି ସକାଳୁ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଛି। ତିନିଜଣଙ୍କୁ ତଣ୍ଟି କାଟି ହତ୍ଯା କରାଯାଇଥିବା ଜଣାପଡିଛି। ଏହାଛଡା ତାଙ୍କ ଘରର ଗହଣା ମଧ୍ଯ ଲୁଟ ହୋଇଥିବା ସନ୍ଦେହ କରାଯାଉଛି।

Exit mobile version