Site icon ଆଜିକାଲି

ଭଡ଼ା ଘରୁ ମିଳିଲା ଝୁଲନ୍ତା ମୃତଦେହ, ଘରୋଇ କମ୍ପାନୀରେ କରୁଥିଲେ କାମ

କରଞ୍ଜିଆ : ଭଡ଼ାଘରେ ଝୁଲୁଛି ଘରୋଇ କମ୍ପାନୀ କର୍ମଚାରୀଙ୍କ ମୃତଦେହ । ଆତ୍ମହତ୍ୟା ସନ୍ଦେହ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବଜାର ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

ସୂଚନା ଯେ, ଯଶୀପୁର ବଜାର ନିକଟରେ ଥିବା ଏକ ଭଡ଼ା ଘରେ ରହୁଥିଲା ଜଣେ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ । ଉକ୍ତ ଭଡ଼ା ଘରୁ ବୁଧବାର ଦିନ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ତୁରନ୍ତ ଏନେଇ ଯଶୀପୁର ପୋଲିସକୁ ଖବର ଦିଆଯାଇଥିଲା । ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏବେ ଯାଏଁ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସେହିପରି ଘଟଣାର ଅଧିକ ତଦନ୍ତ ପାଇଁ ବାରିପଦାରୁ ଏକ ସାଇଣ୍ଟିଫିକ୍ ଟିମ୍‌ ଆସୁଥିବା ସୂଚନା ଦେଇଛି ପୋଲିସ ।

Exit mobile version