Site icon ଆଜିକାଲି

ପାଞ୍ଚ ବର୍ଷର ହାତୀ ଛୁଆର ମୃତଦେହ ଠାବ

ରାଉରକେଲା : ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜ କୁସୁମୁଡି ଗାଁ ନିକଟରେ ପଡିଛି ପାଞ୍ଚ ବର୍ଷର ହାତୀ ଛୁଆର ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହକୁ ଜଗି ରହିଛି ମା’ ହାତୀ।

ସୂଚନା ଯେ, କିଛି ଦିନ ପୂର୍ବରୁ ଏହି ହାତୀ ଛୁଆ ଅସୁସ୍ଥ ଥିଲା । ବନ ବିଭାଗ ଚିକିତ୍ସା କରି ହାତୀ ଛୁଆକୁ ଚିକିତ୍ସା କରି ଛାଡିଦେଇଥିଲା । ହେଲେ ଚିକିତ୍ସା ପରେ ହାତୀ ଛୁଆର ସ୍ୱାସ୍ଥ୍ୟକୁ ନେଇ କିଛି ତଥ୍ୟ ରଖିନଥିଲା ବନବିଭାଗ । ଯାହାଫଳରେ ଆଜି ଛୁଆ ହାତୀଟିର ମୃତ୍ୟୁ ହୋଇଛି । ମୃତ ହାତୀଟିର ବୟସ ପାଞ୍ଚ ବର୍ଷ ହେବ ବୋଲି ଜଣାପଡିଛି । ମା ହାତୀଟି ମୃତଦେହ ନିକଟରେ ଜଗିରହିଛି । ତେବେ ଯଦି ବନବିଭାଗ ଯଦି ଠିକ୍‌ ଭାବେ ଚିକିତ୍ସା କରିଥାନ୍ତା । ତେବେ ଛୁଆ ହାତୀଟି ବଞ୍ଚିଯାଇଥାନ୍ତା ବୋଲି ସାଧାରଣରେ ଦାବି ଉଠିଛି । କିନ୍ତୁ ହାତୀ ମୃତ୍ୟୁ ନେଇ କିଛି ମୁହଁ ଖୋଲିନାହିଁ ବନବିଭାଗ ।

Exit mobile version