Site icon ଆଜିକାଲି

ହଷ୍ଟେଲରୁ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

କଟକ : କଟକ ଜିଲା ଓଲଟପୁର ଥାନା ଅଧୀନ ଦେବକୀ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା। ଏଠାକାର ୧୮ ନଂ ରୁମରେ ଅଡ଼ଶପୁର ୟୁ ଏନ୍ କଲେଜ୍ ବିଜ୍ଞାନ ବିଭାଗ ତୃତୀୟ ବର୍ଷ ଛାତ୍ରୀ ରଶ୍ମିରେଖା ଖିଲାର (୨୦) ବେକରେ ଓଢ଼ଣୀ ଦେଇ ଫ୍ୟାନରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଓଲଟପୁର ଥାନା ପୋଲିସ ପହଂଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାରଲୋକେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲାର କୁଆଖିଆ ଥାନା ବେଦର୍ ମତି ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଗତ ରାତିରେ ଏହି ଭିତର ପଟୁ କବାଟ ଦେଇ ଆତ୍ମହତ୍ୟା କରିଥିବା ବେଳେ ଓଲଟପୁର ଥାନା ଆଇ ଆଇ ସି ବିଜୟ ସାହୁଙ୍କ ଉପସ୍ଥିତିରେ କବାଟ ଭଙ୍ଗା ଯାଇଥିଲା। ଦେଖିଲା ବେଳକୁ ମୃତଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଛି। ପରିବାର ପକ୍ଷରୁ ଛାତ୍ରୀଙ୍କର ପିତା ହୃଷିକେଶ ଖିଲାର ଓଲଟପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।

Exit mobile version