Site icon ଆଜିକାଲି

ଗମ୍ଭାରୀଗୋଚ୍ଛା ନିକଟରେ ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭଞ୍ଜନଗର : ଗଞ୍ଜାମ ଜିଲାରେ ପୁଣି ଏକ ହାତୀର ମୃତ୍ୟୁ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗମ୍ଭାରୀଗୋଚ୍ଛା ନିକଟରେ ହାତୀର ମୃତ୍ୟୁ ଘଟିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।

ତେବେ ମୃତ ହାତୀଟି ଏକ ଦନ୍ତା ହାତୀ ବୋଲି ଅନୁମାନ କରାଯାଉଛି । ରବିବାର ରାତିରେ ଉକ୍ତ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ସୋମବାର ଏକ ଛୁଆ ଦନ୍ତା ହାତୀ ମରିପଡିଥିବା ଦେଖିବାକୁ ମିଳିଥିଲା ।

Exit mobile version