Site icon ଆଜିକାଲି

ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ ରାମୁର ମୃତଦେହ ଉଦ୍ଧାର

ଭୁବନେଶ୍ଵର: ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ ରାମୁର ମୃତଦେହ ଉଦ୍ଧାର ହୋଇଛି।  ବିଦ୍ୟୁତ୍ ଆଘାତରେ ରାମୁର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।  ବିଦ୍ୟୁତ୍ ବିଭାଗ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ଆସି ପହଞ୍ଚିଛି। ଏବଂ ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ହାତୀଟିର ମୃତଦେହକୁ  ଉଦ୍ଧାର କରିଛି। ତେବେ ସୂଚନା ଅନୁସାରେ କିଛି ଦିନ ତଳେ ରାମୁ ଚନ୍ଦକା ବାଡ ଭାଙ୍ଗି ସହର ମୁହାଁ ହୋଇଥିଲା। ଭୁବନେଶ୍ଵର ମୈତ୍ରୀ ବିହାର ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ। ପରେ ବନ ବିଭାଗ ଦନ୍ତା ରାମୁକୁ ଚନ୍ଦକା ଜଙ୍ଗଲରେ ଛାଡିଥିଲା।

Exit mobile version