Site icon ଆଜିକାଲି

କାଜୁ ବଗିଚାରୁ କଲରାପତରିଆ ବାଘର ମୃତ ଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ମିଣ୍ଡୋଳ ଗାଁ ନିକଟ ଏକ କାଜୁ ବଗିଚାରୁ କଲରାପତରିଆ ବାଘର ଗଳିତ ଶବ ଉଦ୍ଧାର। ବାଘଟି ଫାଶରେ ପଡି ମରିଥିବା ଅନୁମାନ କରାଯାଉଛି । ବାଘଟିର ସ୍ଵାଭାବିକ ଭାବେ ମୃତ୍ୟୁ ହୋଇଛି କି ତାକୁ ଶିକାରୀ ମାରିଛନ୍ତି ତାହା ଜଣାପଡୁ ନାହିଁ। ଝାଡ଼ି ଭିତରେ ଫସି ଯାଇ ବାଘଟି ମୁକୁଳି ପାରି ନଥିବା ବି ଅନୁମାନ କରାଯାଉଛି। କାରଣ ଫାଶ ଭିତରେ ବାଘର ବେକ ଓ ଦେହ ଚାପି ହୋଇ ରହିଛି।ବାଘର ଶବ ପଚି ଯାଇଥିବାରୁ ୩/୪ ଦିନ ତଳୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, ମହାବଳଶୂନ୍ୟ ଜଙ୍ଗଲରେ ଉପରେ ଜିଲ୍ଲା ଭିତରେ ଯାଉଥିବା ଅନୁଗୁଳ, ସାତକୋଶିଆ, ଆଠମଲ୍ଲିକ ଓ ଦେବଗଡ଼ ବନଖଣ୍ଡ (ଅଂଶ)ରେ କଲରାପତରିଆ ବାଘ ରହିଥିବାବେଳେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Exit mobile version