Site icon ଆଜିକାଲି

ଉଦ୍ଧାର ହେଲା ନିଖୋଜ କାଉଡିଆଙ୍କ ମୃତଦେହ

ଜଗତସିଂହପୁର : ଉଦ୍ଧାର ହେଲା ନିଖୋଜ କାଉଡିଆଙ୍କ ମୃତଦେହ। ମୃତକ ତିର୍ତ୍ତୋଲ ବିଦ୍ୟାଧରପୁରର ରମେଶ ପ୍ରଧାନଙ୍କ ପୁଅ ଭୋଳା ପ୍ରଧାନ । ମହାଦେବଙ୍କୁ ଜଳଲାଗି କରିବାକୁ ନଦୀରୁ ପାଣି ଉଠାଉଥିବା ବେଳେ ବୁଡି ଯାଇଥିଲେ ।

ଗତ ରବିବାର ଦେବୀ ନଦୀ କେତକେଶ୍ୱର ଘାଟରୁ ପାଣି ଉଠାଉଥିବା ବେଳେ ୫ଜଣ ପାଣିରେ ବୁଡି ଯାଇଥିଲେ । ୪ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିପାରିଥିଲେ ସ୍ଥାନୀୟ ଲୋକ । ଭୋଳା ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

Exit mobile version