Site icon ଆଜିକାଲି

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଧର୍ମଗଡ : ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ମହିଳା ଜଣଙ୍କ ହେଲେ କଳାହାଣ୍ଡି ଜିଲା ଜୟପାଟଣା ଥାନା ପ୍ରତାପପୁର ଗ୍ରାମପଞ୍ଚାୟତ କଲୋନୀ ପଡାର ସ୍ୱାଗତି ରାଉତ l

ସୂଚନା ଯେ, ସ୍ୱାଗତି ତାଙ୍କ ସ୍ୱାମୀ ବୀରେନ୍ଦ୍ରଙ୍କ ସହିତ ସୋମବାର ମାଛ ଧରିବା ପାଇଁ ଏକ ନାଳକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ସ୍ୱାଗତି ଘରକୁ ଫେରି ନଥିବା ବେଳେ ବୀରେନ୍ଦ୍ରଙ୍କୁ ସନ୍ଧ୍ୟାରେ ଜୟପାଟଣା ମଦ ଭାଟିରେ ମଦ ପିଉଥିବା ଲୋକେ ଦେଖିଥିବା ଜଣାପଡିଛି । ଏପଟେ ସ୍ୱାଗତିଙ୍କ ଶାଶୁ ଲକ୍ଷ୍ମୀ ସନ୍ଧ୍ୟା ପର୍ଯ୍ୟନ୍ତ ସ୍ୱାଗତି ନଫେରିବା ପରେ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ଖବର ମିଳିନଥିଲା । ମଙ୍ଗଳବାର ସକାଳେ ଉକ୍ତ ନାଳରେ ସ୍ୱାଗତିଙ୍କ ଶବ ଭାସୁଥିବା ଦେଖି ଗାଁ ଲୋକେ ଶବ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ସ୍ୱାଗତି ଓ ବୀରେନ୍ଦ୍ରଙ୍କର ୧୧ ବର୍ଷର ପୁଅଟିଏ ଅଛି । ତେବେ ମୃତଦେହ ଠାବ ହେବା ପରେ ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version