Site icon ଆଜିକାଲି

ଗଛରେ ଝୁଲୁଛି ଯୁବକଙ୍କ ଝୁଲନ୍ତା ମୃତଦେ

ଯାଜପୁର : ଯାଜପୁର ଜିଲା ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର କୃଷ୍ଣଦାସପୁର ଛକ ନିକଟରେ ଗଛରେ ଝୁଲୁଛି ଯୁବକଙ୍କ ଝୁଲନ୍ତା ମୃତଦେହ। ମୃତ ଯୁବକ ହେଲେ ସ୍ଥାନୀୟ ମାଣ୍ଡୁକା ଗ୍ରାମର ଯଦୁ ଦଳେଇ। ବୃତିରେ ଜଣେ ଶ୍ରମିକ ବୋଲି ଜଣାପଡିଛି।

ସୂଚନା ଯେ, ଗତ ଗୁରୁବାର ଯଦୁ ଘରୁ ବାହାରକୁ ଯାଇ ରାତିରେ ଆଉ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ଆଜି ସକାଳୁ ସକାଳୁ ଜାତୀୟ ରାଜପଥର କୃଷ୍ଣଦାସପୁର ଛକ ପାର୍ଶ୍ଵରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯଦୁଙ୍କୁ ଦେଖିବାକୁ ପାଇଥିଲେ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

Exit mobile version