Site icon ଆଜିକାଲି

ଇବନଦୀ‌ରେ ନିଖୋଜ ଘଟଣା: ୩ ଜଣଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ : ସୁନ୍ଦରଗଡ ଇବ୍ ନଦୀରେ ଭାସିଯାଇଥିବା ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ମହମ୍ମଦ ଫରହାନ,  ମହମ୍ମଦ ରିଜୱାନ ଏବଂ କାକା ମହମ୍ମଦ ସାଜିଦ। ରବିବାର ସକାଳୁ ୩ଟି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ଶନିବାର ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରୁ ଏମାନେ ପରିବାର ସହ ଭୋଜି କରିବାକୁ ଆସିଥିଲେ। ଖାଇସାରି ନଦୀରେ ଗାଧୋଇବାବେଳେ ନଦୀରେ ବୁଡି ଯାଇଥିଲେ। ଶନିବାର ଦିନ ସାରା ଖୋଜାଖୋଜି କରିବା ପରେ ରବିବାର ସକାଳୁ ଦୁଇ ଜଣଙ୍କର ମୃତଦେହ ମିଳିଥିଲା। ତାର କିଛି ସମୟ ପରେ ସ୍ଥାନୀୟ ବାସୀନ୍ଦାଙ୍କ ମାନେ ସମ୍ପର୍କୀୟ କାକା ମହମ୍ମଦ ସାଜିଦଙ୍କର ମୃତଦେହ ଉଦ୍ଧାର କରିଥିଲେ।  ଯେହେତୁ ଏହି ଅଞ୍ଚଳରେ ଅନେକ ବାର ଚୋରାବାଲିରେ ଫଶି ଜୀବନ ଯାଉଛି । ତେଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Exit mobile version