Site icon ଆଜିକାଲି

ମୃତ ଘଡ଼ିଆଳ କୁମ୍ଭୀର ଉଦ୍ଧାର

ସମ୍ବଲପୁର : ଆଜି ପୂର୍ବାହ୍ନରେ ସମ୍ବଲପୁର ସହରର ମହାନଦୀ ହାଟପଡା ଘାଟରୁ ଏକ ମୃତ ବିରାଟ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି। ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳି ମାନେ ଏକ ମୃତ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରିଛନ୍ତି l କୁମ୍ଭୀରଟିର ଦେହରେ ଟ୍ରାନ୍ସମିଟର ଲାଗିଥିବା ଦେଖିବାକୁ ମିଳିଛି l ତେବେ କୁମ୍ଭୀରଟି ବନ୍ୟା ସମୟରେ ସାତକୋସିଆ ଅଞ୍ଚଳରୁ ଚାଲି ଆସିଥିବା ଅନୁମାନ କରାଯାଉଛି l ତେବେ କୁମ୍ଭୀରଟିର କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ l ସ୍ଥାନୀୟ ଲୋକେ ଏହାକୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

Exit mobile version