Site icon ଆଜିକାଲି

ବିଚାରଧୀନ କଏଦୀଙ୍କ ମୃତ୍ୟୁ

ଢେଙ୍କାନାଳ : ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଏକ ଏଟିଏମ ଲୁଟ୍ ମାମଲାରେ ଗିରଫ ହୋଇଥିଲେ। ତାଙ୍କ ନାମ ନିରଞ୍ଜନ ପାଣି ଓରଫ୍ ନିର ବୋଲି ଜଣାପଡିଛି । ଘର ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଲବଗା ଗାଁରେ ବୋଲି ଜଣାପଡିଛି ।

ସୂଚନା ଯେ, ଅକ୍ଟୋବର ମାସ ୩ ତାରିଖ ଦିନ ବରପଦା ଶ୍ରୀରାମଚନ୍ଦ୍ରପୁର ମେଡିକାଲ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଥିଲା । ବିଳମ୍ବିତ ରାତିରେ ଲୁଟେରାମାନେ ଏଟିଏମ୍ ମେସିନ୍ ରହିଥିବା ଘରର ପଛ କାନ୍ଥର ପଥର ତାଡି ଘରଭିତରେ ପ୍ରବେଶ କରିଥିଲେ । ପରେ ଗ୍ୟାସ୍ କଟର ସାହାଯ୍ୟରେ ମେସିନ୍ କାଟିଥିଲେ ଏବଂ ୨୨ ଲକ୍ଷ ୧୭ ହଜାର ୯ ଶହ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣାର ତଦନ୍ତ କରି ଗଁଦିଆ ପୁଲିସ୍ ଗତ ୨୭ ତାରିଖରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତନ୍ମଧ୍ୟରେ ନିରଞ୍ଜନ ସାମିଲ ଥିଲେ । ତାଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା । ସେ ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲେ । ଶରୀର ଅସୁସ୍ଥତା କାରଣରୁ ଗତ ୩୧ ତାରିଖରେ ତାଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା କରୁଥିବା ଡାକ୍ତର ୩ ତାରିଖରେ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜେଲ୍ ସୂତ୍ରରୁ ଜଣାପଡିଛି ।

Exit mobile version