Site icon ଆଜିକାଲି

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ



ଭୁବନେଶ୍ୱର : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଯାଇଛି। ଆପୋଲୋ ହସପିଟାଲରେ ଗୁରୁତର ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି। ତାଙ୍କର ବାମପଟ ଛାତିରେ ଗୁଳି ବାଜିଥିଲା ଏବଂ ଝାରସୁଗୁଡ଼ାରୁ ତାଙ୍କୁ ଏୟାରଲିଫ୍ଟ ଯୋଗେ ତାଙ୍କୁ ଭୁବନେଶ୍ବର ଅଣାଯାଇ ଆପୋଲୋ ହସପିଟାଲରେ ଚିକିତ୍ସା କରାଯାଇଥିଲା।

ସମସ୍ତ ପ୍ରକାର ଚେଷ୍ଟା କରାଯାଇସତ୍ତ୍ବେ ମନ୍ତ୍ରୀ ନବ ଦାସଙ୍କ ବଞ୍ଚାଯାଇ ପାରିଲାନାହିଁ। ଆଜି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଯାଇଛି।

ସୂଚନାଯୋଗ୍ୟ ମନ୍ତ୍ରୀ ନବ ଦାସ ବ୍ରଜରାଜ ନଗର ଗାନ୍ଧିଛକରେ ଅଭିଯୋଗ ସମାଧାନ କାର୍ଯ୍ୟାଳୟ ଉଦଘାଟନ କରିବାକୁ ଆସିଥିଲେ। ସେ ଗାଡ଼ିରୁ ଓହ୍ଲାଇ କର୍ମୀମାନଙ୍କ ସହ ଶୋଭାଯାତ୍ରାରେ ଯାଉଥିବା ବେଳେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଗୋପାଳ ଦାସ ଅତି ନିକଟରୁ ଶ୍ରୀ ଦାସଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲା ତେବେ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସେଠାରେ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ବର ଅଣାଯାଇ ଆପୋଲୋ ହସପିଟାଲରେ ଚିକିତ୍ସା କରାଯାଇଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଏହାର ଚିକିତ୍ସା କରିଥିଲେ। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ବାରା ସେଠାରେ ତାଙ୍କର ଅସ୍ତ୍ରୋପଚାର କରିଥିଲେ।

Exit mobile version