Site icon ଆଜିକାଲି

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ ଶାବକର ମୃତ୍ୟୁ, କାରଣ ଅସ୍ପଷ୍ଟ

ବାରଙ୍ଗ : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏକ ଜଳହସ୍ତୀ ଶାବକର ମୃତ୍ୟୁ ଘଟିଛି । ଗତ ୨୭ ସେପ୍ଟେମ୍ବରରେ ଶାବକଟି ଜନ୍ମ ନେଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କର୍ତ୍ତୃପକ୍ଷଙ୍କ ଦ୍ୱାରା ସୂଚନା ମିଳିଛି । ଜଳହସ୍ତୀ ଶାବକର ମୃତ୍ୟୁ ପରେ ବର୍ତ୍ତମାନ ଜଳହସ୍ତୀଙ୍କ ସଂଖ୍ୟା ୧୧କୁ ଖସିଆସିଛି । ଏଥିମଧ୍ୟରେ ୫ଟି ଅଣ୍ଡିରା, ୬ଟି ମାଇ ଜଳହସ୍ତୀ ଅଛନ୍ତି ।

Exit mobile version