Site icon ଆଜିକାଲି

ମା’ ଓ ପୁଅଙ୍କ ମୃତ୍ୟୁ ଘଟଣା : ସ୍ବାମୀ ସ‌ନ୍ତୋଷ ଖୁଣ୍ଟିଆ ଗିରଫ

କଟକ : କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ବନ୍ଦ ଘରୁ ସାବତ ମା’ ଓ ଶିଶୁ ପୁତ୍ରର ମୃତ ଦେହ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ମୃତ ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆକୁ ଗିରଫ କଲା ପୋଲିସ । ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଯେ, ଗତ ସୋମବାର ଶ୍ରୀରାମ ନଗରରେ ଶିଶୁ ପୁତ୍ରକୁ ହତ୍ୟା କରାଯାଇଥିବା ବେଳେ, ଶିଶୁର ସାଵତ ମା’ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ମୃତ ମହିଳା ଜଣକ ହେଉଛନ୍ତି ନେତାଜୀ ନଗର ଅଞ୍ଚଳର ଶିଳ୍ପୀ ଖୁଣ୍ଟିଆ। ସେ ଗତ ବର୍ଷ ସାଲେପୁର ଅଞ୍ଚଳର ସନ୍ତୋଷ ଖୁଣ୍ଟିଆଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ବିବାଦ ରହିଥିଲା।ମୃତ ମହିଳା ଶିଳ୍ପୀ ଖୁଣ୍ଟିଆଙ୍କ ଵାପଘର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଵୋଲି ଅଭିଯୋଗ କରିଥିଲେ । ପୁଣି ପୋଲିସ ସହାୟତାରେ ସାଇଣ୍ଟିଫିକ୍ ଓ ଫରେନସିକ୍ ପ୍ରମାଣ ନଷ୍ଟ କରିଵାର ଷଡଯନ୍ତ୍ର ହେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ମୃତ ମହିଳା ଶିଳ୍ପୀଙ୍କ କିଛି ସୋସିଆଲ୍ ମିଡିଆ ପୋଷ୍ଟ୍ ଚର୍ଚ୍ଚାକୁ ଆସିଥିଲା ଯାହା ସନ୍ଦେହ ବଢାଇଥିଲା । ଶିଳ୍ପୀ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କ ସ୍ୱାମୀ ସନ୍ତୋଷ ଓ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଶିଳ୍ପୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାନସିକ ଓ ଶାରିରୀକ ନିର୍ଯାତନା ସହିବାର ସୀମା ଟପିଯାଇଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।

FacebookTwitterLinkedinWhatsapp
Exit mobile version