Site icon ଆଜିକାଲି

ଗର୍ଭବତୀ ମହିଳାଙ୍କ ସହ ନବଜାତ ଶିଶୁର ମୃତ୍ୟୁ

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ସହ ନବଜାତ ଶିଶୁ ମୃତ । ଡାକ୍ତରଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ । ସାହରପଡ଼ା ବ୍ଳକ ଅନ୍ତର୍ଗତ ଉଦୟପୁର ଗାଁ ର ରାଜ କିଶୋର ପାତ୍ର ଙ୍କ ସ୍ତ୍ରୀ ରିଙ୍କି ପାତ୍ରଙ୍କ ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ଉଦୟପୁର ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ରିଙ୍କି ଙ୍କର ଚିକିତ୍ସା ରେ ଅବହେଳା କରିବା ସହ ଗୁରତର ହେବା ପରେ ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଲେ । ଏଠାରେ ମଧ୍ୟ ଠିକ ସମୟରେ ଚିକିତ୍ସା ନ ହେବାରୁ ରିଙ୍କିଙ୍କର ଓ ତାଙ୍କ ଗର୍ଭ ରେ ଥିବା ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଚିକିତ୍ସାଳୟ ର କୌଣସି ଅଧିକାରୀ ଙ୍କର ପ୍ରତିକ୍ରୀୟା ମିଳିପାରି ନାହିଁ ।

Exit mobile version