Site icon ଆଜିକାଲି

ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଓ ସହକର୍ମୀମାନେ ଶୋକ ବ୍ୟକ୍ତ କରିଛନ୍ତି ।

ଦୁଇ ଦିନ ହେଲା ସେ ଜ୍ବରରେ ହୋଇଥିଲେ ପୀଡ଼ିତ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜିରେ କରାଯାଇଥିଲା ଭର୍ତ୍ତି । ଆଜି ସନ୍ଧ୍ୟାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ସ୍ୱର୍ଗତ ବେହେରା ତେଜପୁର ସେଣ୍ଟ୍ରାଲ ୟୁନିଭର୍ସିଟିର ଥିଲେ ପ୍ରଫେସର ଅଫ୍ ଏମିନେନ୍ସ । ସେ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିରେ ଥିଲେ ଭିଜିଟିଂ ପ୍ରଫେସର । ୧୯୫୫ ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ସୁନୀଲକାନ୍ତ । ତାଙ୍କର ଇଚ୍ଛା ଅନୁଯାୟୀ ମରଶରୀର ଏମକେସିଜିକୁ ଦାନ କରାଯିବ । ତାଙ୍କର ମୃତ୍ୟୁରେ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି ।

Exit mobile version