Site icon ଆଜିକାଲି

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ହତ୍ୟା ଧମକ। ଜଣେ ବ୍ୟକ୍ତି ଡାଏଲ ୧୧୨ରେ ଏକ ମେସେଜ୍ ପଠାଇ ଯୋଗୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ୟୁପି ଏଟିଏସ୍ ଓ ସମସ୍ତ ଏଜେନ୍ସିକୁ ଆଲର୍ଟ କରାଯାଇଛି ।

ସୂଚନା ଅନୁଯାୟୀ, ୨୩ ଏପ୍ରିଲ୍ ରାତି ୮.୨୨ ସମୟରେ ୟୁପି-୧୧୨ ମୁଖ୍ୟାଳୟର ହ୍ବାଟସଆପ୍ ଡେସ୍କକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ନେଇ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ଏଥିରେ ଲେଖାଥିଲା, “ମୁଁ ଖୁବଶୀଘ୍ର ଯୋଗୀଙ୍କୁ ମାରିଦେବି” । ସିଏମ୍ ଯୋଗୀଙ୍କୁ ହତ୍ୟା ଧମକ ପରେ ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ଥାନାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Exit mobile version