Site icon ଆଜିକାଲି

ମହାବିଦ୍ୟାଳୟ ନଥିବା ବ୍ଲକ୍‌ରେ ଖୋଲିବ ଡିଗ୍ରୀ କଲେଜ, ଆର୍ଟ୍ସ ଷ୍ଟ୍ରିମ୍‌ରେ ହେବ ପାଠ ପଢ଼ା

ଭୁବନେଶ୍ୱର – ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ ୧୮ଟି ନୂଆ ସରକାରୀ ଡିଗ୍ରୀ କଲେଜ ଖୋଲିବ । ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ଏହି ସରକାରୀ ଡିଗ୍ରୀ କଲେଜ ଖୋଲିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ କଲେଜ ନଥିବା ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହି ସମସ୍ତ କଲେଜରେ ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ପାଠପଢା ଆରମ୍ଭ ହେବ ।

ଗଜପତି ଜିଲ୍ଲାର ଗୁମ୍ମା, ଗଞ୍ଜାମ ଜିଲ୍ଲାର ଧରାକୋଟ, କଳାହାଣ୍ଡିର ଥୁଆମୂଳା-ରାମପୁର, କନ୍ଧମାଳର ଖଜୁରିପଡ଼ା, କୋରାପୁଟର ବନ୍ଧୁଗାଁ ଓ ନାରାୟଣପାଟଣା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଂ, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟା, କୋଷାମଗୁଡ଼ୁା, ଝରିଗାଁ ଓ ରାଇଗଡ଼, ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, ଗୁରୁଣ୍ଡିଆ, କୁଆଁରମୁଣ୍ଡା, ରାୟଗଡ଼ା ଜିଲ୍ଲାର କାଶୀପୁର, ରାମନାଗୁଡ଼ା ଓ ଚନ୍ଦ୍ରପୁରଠାରେ ଡିଗ୍ରୀ କଲେଜ ଖୋଲିବ । ଏସବୁ କଲେଜ ନିମନ୍ତେ ସବୁ ବ୍ଲକ ମୁଖ୍ୟାଳୟଠାରୁ ୫ କିଲୋମିଟର ପରିସୀମାରେ ୧୦ ଏକର ଜମି ଯୋଗାଇ ଦେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି କଲେଜଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ ହେବ ।

Exit mobile version