Site icon ଆଜିକାଲି

ପ୍ରଧାନମନ୍ତ୍ରୀଙ୍କୁ ‘ନୀଚ’ କହିଥିବା ଆପର ଗୁଜରାଟ ମୁଖ୍ୟଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସ ଆମ୍ ଆଦମୀ ପାର୍ଟି (ଆପ୍)ର ଗୁଜରାଟ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କୁ ଅଟକ ରଖିଛି । ଏହି ମାମଲାରେ ସେ ଆଜି ସମନ ଅନୁସାରେ ଜାତୀୟ ମହିଳା କମିଶନଙ୍କ ସମ୍ମୁଖରେ ହାଜର ହୋଇଥିଲେ । ଏହାପରେ ଦିଲ୍ଲୀ ପୋଲିସ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ମୋଦୀଙ୍କ ଉପରେ ଗୋପାଳ ଇଟାଲିଆଙ୍କ ଏହି ବିବାଦୀୟ ମନ୍ତବ୍ୟ ଭିଡିଓ ଭାଇରାଲ ହେବା ପରେ ବିଜେପି ଲଗାତାର ଏହି ପ୍ରସଙ୍ଗରେ ଆପକୁ ଟାର୍ଗେଟ କରିଆସିଛି। ଇଟାଲିଆଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଏହାପୂର୍ବରୁ ଆଜି ଗୋପାଳ ଇଟାଲିଆ ଟ୍ବିଟ୍ କରି କହିଥିଲେ ଯେ – ଜାତୀୟ ମହିଳା କମିଶନର ମୁଖ୍ୟ ମୋତେ ଜେଲ୍ ଧମକ ଦେଉଛନ୍ତି। ଏହି ଟୁଇଟକୁ ରିଟ୍ୱିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି – ପୂରା ବିଜେପି ଗୋପାଳ ଇଟାଲିଆଙ୍କ ପଛରେ କାହିଁକି ପଡ଼ିଛି ?

ଗୋପାଳ ଇଟାଲିଆ ଟ୍ୱିଟ୍ କରି କହିଥିଲେ ଯେ ଜାତୀୟ ମହିଳା କମିଶନ ମୋତେ ଜେଲରେ ପୂରାଇବାକୁ ଧମକ ଦେଉଛନ୍ତି। ଜେଲ୍ ଛଡ଼ା ମୋଦୀ ସରକାର ପଟେଲ ସମ୍ପ୍ରଦାୟକୁ ଆଉ କଣ ବା ଦେଇପାରିବ ? ବିଜେପି ପଟିଦାର ସମାଜକୁ ଘୃଣା କରେ। ମୁଁ ସର୍ଦ୍ଦାର ପଟେଲଙ୍କ ବଂଶଧର | ତୁମର ଜେଲକୁ ମୋର ଭୟ ନାହିଁ | ମୋତେ ଜେଲରେ ପୁରାଇଦିଅ | ସେମାନେ ପୋଲିସକୁ ବି ଡାକିଛନ୍ତି। ମୋତେ ଧମକ ଦେଉଛନ୍ତି ।”

Exit mobile version