Site icon ଆଜିକାଲି

ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ରଙ୍କ ନେତୃତ୍ବରେ ଟାଟା ପାୱାର ଅଫିସ୍ ଘେରାଉ

ଘନ ଘନ ବିଜୁଳି କାଟରେ ଜନ ଜୀବନ ଅସ୍ତବ୍ୟସ୍ତ 

କେନ୍ଦୁଝର, (ବ୍ରଜକିଶୋର ରାୟ) ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ରଙ୍କ ନେତୃତ୍ବରେ ଯୁବକମାନେ ଏକଜୁଟ ହୋଇ ଟାଟା ପାୱାର ଉତ୍ତର ଓଡ଼ିଶା ବିଦ୍ୟୁତ୍ ବିତରଣ ସଂସ୍ଥାର କେନ୍ଦୁଝର ଅଫିସକୁ ଘେରାଉ କରିଥିଲେ । କେନ୍ଦୁଝର ଜିଲ୍ଲା ତମାମ ଏବେ ଚାଲିଛି ଅଘୋଷିତ ବିଦ୍ୟୁତ୍ କାଟ। ଦିନ ରାତି ଯେତେ ବେଳେ ଇଚ୍ଛା ବିଜୁଳି ଚାଲି ଯାଉଛି। ବର୍ଷା ଆସିବା ପୂର୍ବରୁ ଓ ପରେ ଘଣ୍ଟା ଘଣ୍ଟା ବିଜୁଳି ଯୋଗାଣ ବିଚ୍ଛିନ୍ନ ହେଉଛି। ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ଵ ଗ୍ରହଣ କରିବା ପରେ ଏହା ବେଶୀ ହେଉଛି ବୋଲି ଅଭିଯୋଗ ହେଉଛି। ବିଜୁଳି ରହୁ ନଥିବାରୁ ଡାକ୍ତରଖାନାରେ ମଧ୍ୟ ରୋଗୀ ସେବା ବ୍ୟାହତ ହେଉଛି। ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। କେନ୍ଦୁଝର ସହରରେ ଏହିପରି ବିଦ୍ୟୁତ୍ ବିଭ୍ରାଟ ଚାଲିଛି ତେଣୁ ଗାଁ ଗଣ୍ଡା କଥା ନକହିବା ଭଲ ଶୁଣିବାକୁ କେହି ନାହିଁ ବୋଲି ଶ୍ରୀଯୁକ୍ତ ମିଶ୍ର କହିଛନ୍ତି । ଶ୍ରୀଯୁକ୍ତ ମିଶ୍ରଙ୍କ ନେତୃତ୍ବରେ ଯୁବକମାନେ ଏକଜୁଟ ହୋଇ ଟାଟା ପାୱାର ଉତ୍ତର ଓଡ଼ିଶା ବିଦ୍ୟୁତ୍ ବିତରଣ ସଂସ୍ଥାର କେନ୍ଦୁଝର ଅଫିସକୁ ଯାଇ ଥିଲେ । ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଏକ ପ୍ରତିନିଧି ଦଳ ଭିତରକୁ ଗଲାବେଳେ ଅନ୍ୟ ମାନଙ୍କୁ ଟାଟା ପାୱାରର କିଛି କର୍ମଚାରୀ ଦୌଡ଼ି ଆସି ବାଟ ଓଗାଳି ବିଫଳ ହୋଇ ଥିଲେ। ସମସ୍ତଙ୍କ ସାମ୍ନାରେ ଆଲୋଚନା ହୋଇଥିଲା। ଶ୍ରୀ ମିଶ୍ର କେନ୍ଦୁଝର ଜିଲ୍ଲାର ସମସ୍ୟା କଥା କହିଥିଲେ ବିଦ୍ୟୁତ୍ ବିନା ଲୋକେ କିପରି ଛଟପଟ ହେଉଛନ୍ତି ବୁଝାଇ ଥିଲେ । ତେବେ ନିର୍ବାହୀ ଯନ୍ତ୍ରୀ ଠିକ୍ ଭାବେ ବିଦ୍ୟୁତ୍ କାଟ କାରଣ କହି ପାରି ନଥିଲେ ଅଧିକାରୀ ଙ୍କ ଉତ୍ତର ଯୁବକମାନଙ୍କୁ ସନ୍ତୁଷ୍ଟ କରି ପାରିନଥିଲା। ଯଦି ଯଥାଶିଘ୍ର ସମାସ୍ୟା ର ସମାଧାନ ନହୁଏ  ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ କହି ଚେତାବନୀ ଦେଇଥିଲେ ଶ୍ରୀଯୁକ୍ତ ମିଶ୍ର।

Exit mobile version