Site icon ଆଜିକାଲି

କଳାହାଣ୍ଡି ଜିଲାରେ ପୋଷ୍ଟର, ବ୍ୟାନର ମାରି ମାଓବାଦୀଙ୍କ ରାସ୍ତା ଅବରୋଧ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ପୋଷ୍ଟର ମାରିବା ସହ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ। ସୋମବାର ରାତିରେ ଭବାନୀପାଟଣାଠାରୁ ମାତ୍ର ୧୦ କିଲୋମିଟର ଦୂର ଭବାନୀପାଟଣା-ଥୁଆମୂଲରାମପୁର ମୁଖ୍ୟରାସ୍ତାର ଶଗଡା ପଞ୍ଚାୟତ ଅଫିସ ସହିତ ଶଗଡାର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଏହାକୁ କେନ୍ଦ୍ର କରି ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏଥିସହ ଭବାନୀପାଟଣା-ଥୁଆମୂଲରାମପୁର ଯିବା ଆସିବା ଦୀର୍ଘ ସମୟ ଧରି ବନ୍ଦ ରହିଥିଲା । ଖବର ପାଇ ନିଜେ ଏସପି ଅଭିଳାଷ ଜୀଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ ଡିଭିଏଫ୍ ଯବାନ, ବମ୍ ସ୍କ୍ବାଡ୍‌ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରଗୁଡିକୁ ଜବତ କରିବା ସହିତ ଅନ୍ୟାନ୍ୟ ସ୍ଥାନକୁ ଯାଞ୍ଚ କରିବା ପରେ ଭବାନୀପାଟଣା-ଥୁଆମୂଲରାମପୁର ରାସ୍ତାର ଯିବା ଆସିବା ସ୍ୱାଭାବିକ ହୋଇଥିଲା ।

Exit mobile version