Site icon ଆଜିକାଲି

କାୟା ବିସ୍ତାର କରୁଛି ଡେଙ୍ଗୁ, ହଟସ୍ପଟ୍‌ ପାଲଟିଛି ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ବର : ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ। କ୍ୟାପିଟାଲ ହସ୍ପିଟାଲରେ ବଢୁଛି ଡେଙ୍ଗୁ ଟେଷ୍ଟିଂ ସଂଖ୍ୟା। ଖଣ୍ଡଗିରି ଅଞ୍ଚଳରେ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ତତ୍ପରତା ଦେଖାଇଛି ବିଏମସି। ଡେଙ୍ଗୁର ହଟସ୍ପଟ୍‌ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଚଳିତ ବର୍ଷ ଜୁଲାଇ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୮ ହଜାର ୧୨୪ ଜଣଙ୍କର ଡେଙ୍ଗୁ ଟେଷ୍ଟ ହୋଇଥିବା ବେଳେ ଏଥିରୁ ୫୫୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୬ ଜଣ। ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ଟେଷ୍ଟ ପଜିଟିଭିଟି ହାର କମ ରହିଛି। ଡେଙ୍ଗୁରେ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ହେବା ପରେ ଏବେ ସାହି ସାହି ବୁଲି ସଚେତନ କରାଉଛି ଭୁବନେଶ୍ୱର ମହାନଗର ନିଗମ। ଏହାକୁ ଆମେ ଗୁରୁତ୍ୱର ସହ ନେଇ ଏକ ଟିମ ଗଠନ କରାଯାଇଥିବା କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ। ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ସେ କହିଛନ୍ତି। ସେପଟେ କ୍ୟାପିଟାଲ ହସ୍ପିଟାଲରେ ଜଣେ ବୃଦ୍ଧାଙ୍କ ଡେଙ୍ଗୁରେ ମୃତ୍ୟୁ ଅଭିଯୋଗକୁ ନେଇ ତାଙ୍କ ଠାରେ ଡେଙ୍ଗୁର କୌଣସି ଲକ୍ଷଣ ନଥିଲା ବୋଲି କହିଛନ୍ତି କ୍ୟାପିଟାଲ୍‌ ହସପିଟାଲ ନିର୍ଦ୍ଦେଶକ।

FacebookTwitterLinkedinWhatsapp
Exit mobile version