Site icon ଆଜିକାଲି

ରାଜ୍ୟର ବିଭିନ୍ନ ଜିଲାରେ ଜାରି ରହିବ ଘନ କୁହୁଡି ସ୍ଥିତି

ଭୁବନେଶ୍ବର : ରାଜ୍ୟରେ ଗୁରୁଚାପ ପ୍ରଭାବରେ ଘନ କୁହୁଡି ଆଶଙ୍କା ରହିଛି । ଏଣେ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ଯୋଗୁଁ ଆସନ୍ତା କିଛି ଦିନ ଯାଏଁ ରାଜ୍ୟର ତାପମାତ୍ରା ବିଶେଷ ହ୍ରାସ ହେବାର ସମ୍ଭାବନା ନାହିଁ। ଆସନ୍ତା ୪ ଦିନ ମଧ୍ୟ ଏଭଳି ସ୍ଥିତି ଜାରି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । 

ଗତ ଗୁରୁବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଠାରେ ୧୧ ଡିଗ୍ରୀ ରେକର୍ଡ ହୋଇଥିଲା। ବାଲେଶ୍ବରରେ ୧୪.୭ ଓ କିରେଇରେ ସର୍ବନିମ୍ନ ୧୪.୫, କଟକରେ ୧୭.୫ ଓ ଭୁବନେଶ୍ବରରେ ୧୮ ଡିଗ୍ରୀ ରେକର୍ଡ ହୋଇଥିଲା।

ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲାରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଏସବୁ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଗୁରୁବାର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ ଆଦି ଜିଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ।

Exit mobile version